Friday, May 25, 2018

ରାସବିହାରୀ ବୋଷ


ରଘୁନାଥ ମହାପାତ୍ର
ରାସବିହାରୀ ବୋଷ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ  । ସେ ବ୍ରିଟିଶ ରାଜ ବିରୋଧରେ ଗଦ୍ଦର ଷଡ଼ଯନ୍ତ୍ର ଏବଂ ଆଜାଦ୍ ହିନ୍ଦ ଫୌଜ ସଂଗଠନ ଗଢ଼ିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ  । ସେ ଭାରତରେ ଅନେକ କ୍ରାନ୍ତିକାରୀ ଆନ୍ଦୋଳନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ବିଦେଶରେ ରହି ସେ ଭାରତର ସ୍ୱାଧୀନତା ପାଇଁ ଆଜୀବନ ଉଦ୍ୟମ ଚଳାଇଥିଲେ  । ଦିଲ୍ଲୀର ତତ୍କାଳୀନ ଭାଇସ୍ରୟ ଲର୍ଡ଼ ଚାର୍ଲସ୍ ହୋର୍ଡିଂଙ୍କ ଉପରେ ବୋମାମାଡ଼ କରିବାର ଯୋଜନା, ଗଦ୍ଦର ଷଡ଼ଯନ୍ତ୍ର ରଚିବା ଏବଂ ପରେ ଜାପାନ ଯାଇ ଇଣ୍ଡିଆନ ଇଣ୍ଡିପେଣ୍ଡେଣ୍ଟ ଲିଗ୍ ଓ ଆଜାଦ୍ ହିନ୍ଦ ଫୌଜ ପ୍ରତିଷ୍ଠା କରିବାରେ ରାସ ବିହାରୀ ବୋଷଙ୍କ ପ୍ରମୁଖ ଭୂମିକା ରହିଥିଲା  । ୧୯୪୫ ଜାନୁଆରୀ ୨୧ ତାରିଖରେ ରାସ ବିହାରୀ ବୋଷଙ୍କ ଜାପାନ ଠାରେ ଦେହାନ୍ତ ଘଟିଥିଲା  । ମୃତ୍ୟୁ ପୂର୍ବରୁ ତାଙ୍କୁ ଜାପାନ ସରକାର ଅର୍ଡ଼ର ଅଫ୍ ଦି ରାଇଜିଙ୍ଗ ଷ୍ଟାର୍ ଉପାଧିରେ ସମ୍ମାନିତ କରିଥିଲେ  । ମୃତ୍ୟୁ ପରେ ଜାପାନ୍ରେ ରାଜକୀୟ ପରମ୍ପରା ସହ ତାଙ୍କର ଅନ୍ତିମ ସକ୍ରାର କରାଯାଇଥିଲା  । ପଶ୍ଚିମବଙ୍ଗର ହୁଗୁଲି ଅନ୍ତର୍ଗତ ପାଲରା ବିଘାଟି ଠାରେ ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ୧୮୮୬ ମେ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ  । ପିଲାଦିନୁ ମା'ଙ୍କୁ ହରାଇଥିବା ରାସବିହାରୀ ନିଜ ଜେଜେବାପାଙ୍କ ତତ୍ତ୍ୱାବଧାନରେ ରହି ପାଠ ପଢ଼ିଥିଲେ  । ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ସେ ଚନ୍ଦ୍ରନଗୋର୍ର ଡୁପ୍ଲେକ୍ସ କଲେଜ ଠାରେ ଶିକ୍ଷା ଲାଭ କରିଥିଲେ  । ସେତେବେଳେ ଚନ୍ଦ୍ରନାଗୋର୍ ଫରାସୀ ଉପନିବେଶ ଅଧିନରେ ରହିଥିଲା  । ରାସବିହାରୀ ବ୍ରିଟିଶ ଏବଂ ଫରାସୀ ସଂସ୍କୃତି ଦ୍ୱାରା କିଶୋରାବସ୍ଥାରୁ ପ୍ରଭାବିତ ଥିଲେ  । ସେ ଜଣେ ମେଧାବୀ ଛାତ୍ର ଥିଲେ  । ଫରାସୀ ରାଷ୍ଟ୍ର ବିପ୍ଳବର ଗଭୀର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା  । ବିପ୍ଳବୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ସେ ଦେଶ ପାଇଁ ଲଢ଼ିବାକୁ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ  । ତାରାଚାନ୍ଦ ପାଟଣା, କଟକ, ଦୂରଭାଷ : ୯୨୩୮୬୩୨୭୫୦

No comments:

Post a Comment